
ବାଲେଶ୍ବର(କୃଷ୍ଣ କୁମାର ମହାନ୍ତି): ସୋମବାର ଦିନ ବ୍ୟାଙ୍କ ଅଫ୍ ବରୋଦା ତାର ୧୧୯ତମ ପ୍ରତିଷ୍ଠା ଦିବସ ବଡ଼ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଦେଶର ସମସ୍ତ ଶାଖା ଓ କାର୍ଯ୍ୟାଳୟ ସହ ମିଶି ବାଲେଶ୍ବର ମୁଖ୍ୟ ଶାଖା ମଧ୍ୟ ଏହି ଅବସରକୁ ବିଶେଷ ଭାବେ ପାଳନ କରିଥିଲା।
ଏ ବର୍ଷ ପ୍ରତିଷ୍ଠା ଦିବସର ଥିମ୍ ଥିଲା ‘ବିଶ୍ବାସ ସହିତ ନେତୃତ୍ବ’। ଏହି ଅବସରରେ ବ୍ୟାଙ୍କ ତରଫରୁ କର୍ପୋରେଟ୍ ସାମାଜିକ ଦାୟିତ୍ବ କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ସଂସ୍ଥାକୁ ସହାୟତା ପ୍ରଦାନ କରାଯାଇଥିଲା। ଶାଖାର ମୁଖ୍ୟ ପ୍ରବନ୍ଧକ ପ୍ରକାଶ କୁମାର ମହାପାତ୍ରଙ୍କ ନେତୃତ୍ବରେ ବାଲେଶ୍ବର ଏୟାରଫୋର୍ସ ଆସୋସିଏସନ, ଯାହା ଅବସରପ୍ରାପ୍ତ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସଂଘ, ଏବଂ ବ୍ୟାସକବି ସମିତି, ବାଲେଶ୍ବରକୁ ସହାୟତା ପ୍ରଦାନ କରାଯାଇଥିଲା।
ଶ୍ରୀ ମହାପାତ୍ର ଏହି ଅବସରେ କହିଲେ, “ବିଶ୍ବାସ, ସଚ୍ଚୋଟତା ଏବଂ ଉତ୍କର୍ଷତା ଉପରେ ନିର୍ମିତ ଆମର ଶହବର୍ଷରୁ ଅଧିକ ଯାତ୍ରାକୁ ଆମେ ଗର୍ବର ସହ ମନେ ପକାଉଛୁ। ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟାଙ୍କ ଅଫ୍ ବରୋଦା ଜନସାଧାରଣ, ବ୍ୟବସାୟ ଏବଂ ସମାଜର ଜଣେ ବିଶ୍ବସ୍ତ ଆର୍ଥିକ ସହଯୋଗୀ ଭାବରେ ରହି ଆସିଛି।”
ପ୍ରତିଷ୍ଠା ଦିବସ ଉତ୍ସବ ସହିତ ଶାଖା ତରଫରୁ ଏକ ଗ୍ରାହକ ସେବା ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ଏଥି ସହିତ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ମୂଲ୍ୟବାନ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଉତ୍ସବ ମାଧ୍ୟମରେ ଗ୍ରାହକ ସେବା, ସାମାଜିକ ଦାୟିତ୍ବ ଏବଂ ସମୁଦାୟ ସହଯୋଗ ପ୍ରତି ବ୍ୟାଙ୍କର ନିରନ୍ତର ପ୍ରତିବଦ୍ଧତା ପୁନଃ ପ୍ରମାଣିତ ହୋଇଛି। ସହିତ ବିଶ୍ବାସ ଏବଂ ଉତ୍କର୍ଷତାର ଐତିହ୍ୟକୁ ମଧ୍ୟ ଆହୁରି ଦୃଢ଼ କରିଛି।




