‘ଗୁହାରି ୨୦୨୬’ କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ସଙ୍ଗୀତର ଭକ୍ତିପୂତ ନୈବେଦ୍ୟ

ଭୁବନେଶ୍ୱର(ପ୍ରଶାନ୍ତପାଇକରାୟ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଆଜି ଥିଲା ଉଦ୍‍ଯାପନୀ ସଂଧ୍ୟା ।
ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ ଗାୟକ ଥିଲେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପ୍ରଫେସର ରାମହରି ଦାସ, ସେ ପରିବେଷଣ କରିଥିଲେ ଚନ୍ଦନ ହଜୁରି ରଚନାରୁ ଚନ୍ଦନ ଲାଗି ସମୟେ ଚିନ୍ତା ଚିନ୍ତାମଣୀକି ଓ ଭୀମ ଭୋଇଙ୍କ ରଚିତ ଶ୍ୟାମଳ ରୂପ ବନାଉ ସୁନ୍ଦର । ପରେ ପରେ ମିନାକ୍ଷୀ ରଥ ଅଭିରାମ ପରମହଂସଙ୍କ ରଚିତ ଶ୍ୟାମ ପ୍ରେମ ବଡ ମିଠା ଓ ରାମକୃଷ୍ଣ ନନ୍ଦଙ୍କ ରଚିତ ଦୟାକର ଦୀନବନ୍ଧୁ ଗାୟନ କରିଥିଲେ ।

ପରବର୍ତ୍ତୀ ଗାୟକ ଥିଲେ ସୁଶାନ୍ତ କୁମାର ପଣ୍ଡା, ସେ ପରିବେଷଣ କରିଥିଲେ ଦୀନକୃଷ୍ଣ ଦାସଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁନନ୍ଦନ ଓ ଗୌରଚରଣଙ୍କ ରଚିତ ମହାବାହୁ ଅଖୀଳ ଜଗତନାଥ । ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ପ୍ରଜ୍ଞା ହୋତା, ସେ ଦୟାକର ଦୀନବନ୍ଧୁ ଓ ଆହେ ନୀଳଗିରି ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ କରୁଣାକର ସେଠୀ ଗାୟନ କରିଥିଲେ ମେଘ ମାଳ କୁ ନିନ୍ଦେ କଳାକୁ ଓ ନୀଳଚକ୍ରେ ହୋ ଦେଖ ଉଡୁଛି ବାନା ।

ତାଙ୍କ ପରେ ଶ୍ରଦ୍ଧାଞ୍ଜଳୀ ସାହୁ ଚାଲ ସଖୀ ଆମେ ଦର୍ଶନ କରିବା ଓ ଦୁଃଖନାଶନହେ ଗାୟନ କରିଥିଲେ । ପରବର୍ତ୍ତୀ ଗାୟକ ଥିଲେ ଅଜୟ କୁମାର ଶତପଥୀ, ସେ ହେ ମଣିମା ଶୁଣିମା ମୋ ଦୁଃଖ ବାରେ ଓ ସବୁଥିରୁ ବଞ୍ଚିତ କରି ପରିବେଷଣ କରିଥିଲେ । ପରେ ପରେ ସୌମ୍ୟା ସମାପ୍ତା ମିଶ୍ର ମଣୀ ବିମାନେ ଗୋବିନ୍ଦ ଓ କାଳିଆ କାହ୍ନୁ ଆଉ ବିଳମ୍ବ ଗାୟନ କରିଥିଲେ । ଶେଷରେ ଅସିତ କୁମାର ନନ୍ଦ ତୁମ୍ଭ ଶ୍ରୀଭୂଜେ ଦୟାଣା ଓ ମୋତେ ସେହି ରୂପ ଦେଖା ହରି ଗାୟନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

ସମସ୍ତ କଣ୍ଠଶିଳ୍ପୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ସେମାନଙ୍କୁ ତବଲାରେ ଜଗନ୍ନାଥ ଦାସ, ଢୋଲକରେ ସୁରେଶ କୁମାର ଦଳେଇ, ବଂଶୀରେ ଅଭିରାମ ନନ୍ଦ, ଅକ୍‍ଟୋପ୍ୟାଡ଼ରେ ଘନଶ୍ୟାମ ପୃଷ୍ଟି, କିବୋର୍ଡ଼ରେ ଜଗନ୍ନାଥ ମହାନ୍ତି ଏବଂ ହାରମୋନିୟମରେ ବଟକୃଷ୍ଣ ଦାସ ସହଯୋଗ କରିଥିଲେ ।
ଉଦ୍‍ଯାପନୀ ସଂଧ୍ୟାରେ ଅତିଥିମାନେ ଥିଲେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ; ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ ଗୁରୁ, କଣ୍ଠଶିଳ୍ପୀ, ଗବେଷକ ଏବଂ ସଙ୍ଗୀତ ସଂରଚୟିତା ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦେବଯାନୀ ଭୂୟାଁ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ଶ୍ରୀନିବାସ ଘଟୁଆରୀ ଓ ଶ୍ରୀ ମୋହନ ମାଜିଠିଆ ।ଗୁହାରି ୨୦୨୬ର ସଫଳ ସମାପନ ଓଡ଼ିଶାର ସମୃଦ୍ଧ ଭକ୍ତିମୟ ସଙ୍ଗୀତ ପରମ୍ପରା ଏବଂ ପ୍ରଭୁ ଜଗନ୍ନାଥଙ୍କର ଚିରସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସର ସଫଳ ପରିଣତିକୁ ଚିହ୍ନିତ କଲା ।

ସେୟାର କରନ୍ତୁ

Next Post

ରାଜ୍ୟପାଳ ଉନ୍ମୋଚନ କଲେ ଉତ୍କଳ ବିଶ୍ୱବିଦ୍ୟାଳୟର ରିପୋର୍ଟ...

Tue Jul 21 , 2026
ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ଓଡ଼ିଶାର ବିଶେଷ ଭାବେ ବିପନ୍ନ ଜନଜାତି ଗୋଷ୍ଠୀଙ୍କ ସାମାଜିକ, ସାଂସ୍କୃତିକ ଓ ସ୍ୱାସ୍ଥ୍ୟ ସ୍ଥିତି ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବ୍ୟାପକ ବୈଷୟିକ ରିପୋର୍ଟ ପ୍ରକାଶ ପାଇଛି। ଏହି ଉପଲକ୍ଷେ ଲୋକସେବା ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ଡଃ ହରିବାବୁ କମ୍ଭମପତି ଏହି ସାକ୍ଷ୍ୟ-ଆଧାରିତ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର […]

You May Like

Pin It on Pinterest