ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଚାନ୍ଦବାଲିରେ ଡ଼େଥ ଜୋନ ଭାବେ ଜଣାସୁଣା ଚାନ୍ଦବାଲି ଗେମନ ବ୍ରଜିରେ ପୁଣି ଆଜି ଘଟିଛି ଅଘଟଣ । ଆଜି ଚାନ୍ଦବାଲି ବୈତରଣୀ ନଦୀର ଗମନ ବ୍ରଜି ଉପରୁ ଡେଇଁ ଜଣେ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବୟସ୍କ ବ୍ୟକ୍ତି ଜଣକ ଚାନ୍ଦବାଲି ଗମନ ବ୍ରିଜ ଉପରୁ ଡେଇଁ ଭାସୁଯାଉଥିବା ବେଳେ ସ୍ଥାନିୟ ମତ୍ସ୍ୟଜୀବୀ ସୁକାନ୍ତ କୁମାର ଦାସ ତାଙ୍କୁ ଏକ ମଛଧରା ଛୋଟିଆ […]
ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଉତ୍କଳୀୟ ଜନଜୀବନର ମାର୍ଗଦର୍ଶକ, ସମାଜର ପ୍ରତିଷ୍ଠାତା, ନବଉତ୍କଳର ଅନ୍ୟତମ ନିର୍ମାତା, ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋପବନ୍ଧୁଙ୍କ ସହିତ ତାଙ୍କ ସତୀର୍ଥମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବୃକ୍ଷରୋପଣ ,ପ୍ରଦୀପ ପ୍ରଜ୍ୱଳନ ପରେ ସଭା ଆରମ୍ଭ ହୋଇଥିଲା ।ଏଥିରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୩୫୭୯ ଜଣ ସୁସ୍ଥ […]
କଟକ ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଭାଜପା ତରଫରୁ କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ,ବିଜୁ ଜନତା ଦଳ ନେତା ଓ କର୍ମୀଙ୍କ ଦ୍ୱାରା ସଦ୍ୟ କେନ୍ଦ୍ରାପଡାର ବାଳକାଟିରେ ନବଘନ ମଲ୍ଲିକ ଙ୍କ ପରିବାର ଓ ଜଗତସିଂହପୁର ର ନାଉଗାଁରେ ଦଳିତ ମହିଳାଙ୍କ ଉପରେ ରାତି ଅଧରେ ହୋଇଥିବା ବର୍ବର ଆକ୍ରମଣ ଓ ଅତ୍ୟାଚାର ରେ ବିରୁଦ୍ଧରେ ଶାସକ ଓ ପୋଲିସ କର୍ଣ୍ଣପାତ ନକରିବା ବିରୁଦ୍ଧରେ କଟକ […]
ପ୍ରଭାତ ସାହୁ(ସାକ୍ଷୀଗୋପାଳ)କାଲିଠାରୁ ଖୋଲିବ କାଳିଆ ଦୁଆର,କରୋନା ମହାମାରୀର ହା ହା କର ଭିତରେ,କାଳିଆବି ନିରବି ଯାଇଥିଲା | ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡିଥିଲା ଦୁଆର |କାଲିଠାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି । ପୁରୀବାସୀ କାଳିଆ ଦର୍ଶନ କରିବା ନିମନ୍ତେ,ନୂଆ ଏସ୍ଓପି ଅନୁଯାୟୀ, ଆଧାର କାର୍ଡ ଦେଖାଇ ପ୍ରବେଶ ବ୍ୟବସ୍ଥା ହୋଇଥିବା ବେଳେ, ବାହାର ଲୋକଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ […]
କଟକ:(ଦୀପକ୍ କୁମାର ବେଉରା) ମହାମାରୀ କରୋନ। ସାରା ରାଜ୍ୟକୁ କବଳିତ କରିସାରିଥିବା ବେଳେ ଆଗକୁ ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁ ପାଇଁ ସୋମବାର ଦିନ ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିନା ଭକ୍ତରେ କେବଳ ରୀତିନୀତି ପାଇଁ ପର୍ବ ପାଳନ ହେବ । ସରକାର ଏହି ନିର୍ଦ୍ଦେଶନାମା ଜାରି କରିଥିବା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୦୦୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୮୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୨୭୧୦ ଜଣ ସୁସ୍ଥ […]
ଦେବାଶିଷ(କଟକ)ଗତ ଦୁଇ ମାସ ଧରି ବାଇକ ଚୋରି ହେଉଥିବା ନେଇ,କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଏହି ପରିପେକ୍ଷୀରେ ମଧୁପାଟଣା ପୋଲିସ ତଦନ୍ତ ଚଳାଇଥିଲା । ତଦନ୍ତ ପରେ ମଧୁପାଟଣା ପୋଲିସ ଖବର ପାଇ, ଆଠଗଡ ଅଞ୍ଚଳର ଦୁଇ ନାବାଳକ ଙ୍କୁ ସୋମବାର ରାତିରେ ଗିରଫ କରିଛି । ଗିରଫ ନାବାଳକଙ୍କ ପାଖରୁ ଆଠ ଗୋଟି ଚୋରା ବାଇକ୍ କୁ ମଧୁପାଟଣା ପୋଲିସ ଜବତ କରିଛି । […]
ଦେବାଶିଷ ମିଶ୍ର (କଟକ)କଟକନଗର ଜିଲ୍ଲା ଓ କଟକସଦର ଜିଲ୍ଲା ଭାଜପାର ସାମ୍ବାଦିକ ସମ୍ମିଳନୀ ଦୋଳମୁଣ୍ଡାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟଠାରେ ହୋଇଯାଇଛି।କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ । କଟକ ସଦର ଅନୁସୂଚୀତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସରୋଜକୁମାର ସେଠି,କଟକନଗର ସଭାପତି ଶ୍ରୀ ଶିବପ୍ରସାଦ ସେଠି,ରାଜ୍ୟ ସମ୍ପାଦକ ଶ୍ରୀ ବିକାଶ ବେହେରା,ଜିଲ୍ଲା ପ୍ରଭାରୀ ଶ୍ରୀମତୀ ସ୍ମିତା ପ୍ରଧାନ,ରାଜ୍ୟ ସଂଯୋଜକ ଶ୍ରୀ ସତ୍ୟଜିତ ମଲ୍ଲିକ,ସୋସିଆଲ […]
ମାନସ ନାୟକ(କଟକ) ରାଜ୍ୟ କ୍ୟାବିନେଟ ଆଜି, ରାଜ୍ୟ କ୍ରୀଡା ଭିତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ୮୯ ଗୋଟି ହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ନିମନ୍ତେ ମଞ୍ଜୁରୀ କରିଛନ୍ତି | ଯାହା ପାଇଁ ୬୯୩ .୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି! ଏବଂ ଏହା ୧୮ ମାସ ମଧ୍ୟରେ ସମ୍ପୂର୍ଣ କରାଯିବ ବୋଲି ସ୍ଥିର ହୋଇଛି | ଗତ କାଲି ଅପରାହ୍ନ ରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ […]


