ନୂଆଦିଲ୍ଲୀ(ନି.ପ୍ର): ରିଲିଜ୍ ହୋଇଛି ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଅଭିନିତ ଫିଲ୍ମ, ‘କଲ୍କି ୨୮୯୮ ଏଡି’ ।ରିଲିଜ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏଥି ସହିତ, ଏହି ଚଳଚ୍ଚିତ୍ର ୫ ଟି ବଡ ରେକର୍ଡକୁ ମଧ୍ୟ ଭାଙ୍ଗିଦେଇଛି। କଲ୍କି ୨୮୯୮ ଏଡି ପ୍ରଭାସଙ୍କ କ୍ୟାରିୟରରେ ଏକ ସ୍ମରଣୀୟ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରଟି ପ୍ରଭାସଙ୍କ ଚଳଚ୍ଚିତ୍ର କ୍ୟାରିୟରର […]
କଳା
ବାସ୍ତବବ୍ୟୁରୋ(ବାଙ୍ଗାଲୋର): ଓଡିଶା ବାହାରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଓ ଅନ୍ୟ ଭାଷା ସହିତ ସାହିତ୍ୟିକ ଭାବ ବିନିମୟ ପାଇଁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ “ସାହିତ୍ୟାୟନ ୨୦୨୪” “ବାଙ୍ଗାଲୋର ଲିଟ୍ରେଚର ଫେଷ୍ଟିଭାଲ” ପାଳିତ ହୋଇ ଯାଇଛି । ଏଥିରେ ଓଡିଶା ଏବଂ କର୍ଣ୍ଣାଟକ ସମେତ ଭାରତ ତଥା ଭାରତ ବାହାରେ ରହୁଥିବା ଅନେକ କବି ଓ ଲେଖକ ମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ […]
ସଂଜୟ ଶତପଥୀ(କଟକ): କଟକ ର ବାଣୀପିଠ ଶ୍ରୀରାମଚନ୍ଦ୍ର ଭବନ ଠାରେ କଟକ ଜିଲ୍ଲା ର କୁସୁପୁର, ମାହାଙ୍ଗା ର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ନନ୍ଦ କିଶୋର ସାମଲ ସ୍ମୃତିନ୍ଯାସ ର ଓଡ଼ିଶାର ବିଶିଷ୍ଟ ନାଟ୍ୟକାର,ଗୀତିକବି,ଶିଶୁ ସାହିତ୍ୟକ ତଥା ଆଦର୍ଶ ଶିକ୍ଷକ ସ୍ଵର୍ଗତ ନନ୍ଦ କିଶୋର ବଳଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ମହାସମାରୋହରେ ସ୍ମୃତିନ୍ଯାସ ର ସଭାପତି ଡଃ ମହେଶ୍ୱର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନ୍ମ ଶତବାର୍ଷିକୀ […]
ବ୍ରହ୍ମପୁର ତା ୧୨-୦୬-୨୪:ନିଖିଳ ଉତ୍କଳ କଳା ନିକେତନ, କଟକ ଦ୍ଵାରା ଚାଳିତ ମାସ ୮ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଆୟୋଜିତ (୭ମ ଷ୍ଟାର କଲ୍ଚରାଲ ଫେଷ୍ଟିଭାଲ) ସର୍ବ ଭାରତୀୟ ବହୁ ଭାଷୀ ନାଟକ ଏବଂ ନୃତ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ବ୍ରହ୍ମପୁର ସହର ର ଅଗ୍ରଣୀ ନାଟ୍ୟ ସଂସ୍ଥା “ଶାଶ୍ଵତୀ” ଉଦ୍ଘାଟନୀ ସନ୍ଧ୍ୟାରେ ସୁଶ୍ରୀ ଭାଗ୍ୟ ଲକ୍ଷ୍ମୀ ମହାରଣା ଙ୍କ ରଚିତ ଏବଂ […]
ସଂଜୟ ଶତପଥୀ(କଟକ): ଆଜି କଟକ ର ସର୍ବପୁରାତନ ରଙ୍ଗମଞ୍ଚ “ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ” ଠାରେ ସାଂସ୍କୃତିକ ଅନୁଷ୍ଠାନ ନିଖିଳ ଉତ୍କଳ କଳା ନିକେତନ ପକ୍ଷରୁ ଆୟୋଜନ କରାଯାଇଛି ତ୍ରୀଦିବସୀୟ ରଙ୍ଗ ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ସୁନାମଧନ୍ୟ ଅନୁଷ୍ଠାନ ଭାଗ ନେଇଥୂବା ବେଳେ ଓଡ଼ିଶୀ ନୃତ୍ୟ, ଡ୍ରାମା ସହିତ ଓଡ଼ିଶା ର କଳାସଂସ୍କୃତି ର ପ୍ରତିଯୋଗିତା ର ଆୟୋଜନ କରାଯାଇଛି। ଆଜି କାର୍ଯ୍ୟକ୍ରମ ର ପ୍ରଥମ ଦିବସର ସନ୍ଧ୍ୟାରେ ଓଡ଼ିଶାର […]
ମନୋଜ ମହାନ୍ତି(ଭୁବନେଶ୍ଵର): ଅଭିଳାଷ ଥିଏଟର ଭୁବନେଶ୍ଵର, ତରଫରୁ ତା: ୦୫.୦୬.୨୦୨୪ ରେ ଭଞ୍ଜକଳା ମଣ୍ଡପ ଭୁବନେଶ୍ଵର ଠାରେ ଅନୁଷ୍ଠାନର ପ୍ରଥମ ନାଟକ “ଅନ୍ଧଗଳି’’ ଅନୁଷ୍ଠିତ ହୋଇଯାଇଅଛି । ଏହି ନାଟକର ନାଟ୍ୟକାର ଡ଼ାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ହୃଷିକେଶ ମହାପାତ୍ର। ୨୧ ଜଣ କଳାକାରଙ୍କୁ ନେଇ ବର୍ତମାନ ସମାଜରେ ଘଟୁଥିବା ଘଟଣା ଦୁର୍ଘଟଣାର ପଟ୍ଟଭୂମିରେ ଏହି ନାଟ୍ୟଚିତ୍ରଟି ପର୍ଯ୍ୟବେଶିତ। ଓୟୁଏଟି ଭୁବନେଶ୍ବରର କୁଳପତି ପ୍ରଫେସର ଶ୍ରୀଯୁକ୍ତ […]
ଭୁବନେଶ୍ବର: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସୁସାହିତ୍ଯିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁସାହିତ୍ଯିକା ଉଷାରାଣୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ଯରେ କବି ଓ କବୟତ୍ରୀ ମାନଙ୍କ ହୃଦୟରେ ଆତ୍ମାରେ ଅହରହ […]
କେନ୍ଦୁଝର,୨/୬ ): ଆଉ ନାହାଁନ୍ତି ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ୮୮ ବର୍ଷ ବୟସରେ କେନ୍ଦୁଝର ବୈଦ୍ୟରାଜ ସାହି ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏପ୍ରିଲ ୧ରେ ଶ୍ରୀ କୁଅଁର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବୟସାଧିକ୍ୟ କାରଣରୁ ସେ […]
ମନୋଜ ମହାନ୍ତି(ଭୁବନେଶ୍ଵର):୨୩/୫- ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କର ଅକାଳ ବିୟୋଗରେ ମର୍ମାହତ, ପୁରୁଣା ବସଷ୍ଟାଣ୍ଡ ଖଟିର ସଦସ୍ୟମାନେ ଏକ ଅନୌପଚାରିକ ସ୍ମୃତିସଭାର ଆୟୋଜନ କରିଥିଲେ । ବିଶିଷ୍ଟ କବି ଓ କଥାକାର ଅଜୟ ସ୍ୱାଇଁ, କବି ରଜନୀ ରଞ୍ଜନ, କବି ଅଭିରାମ ଦାସ, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀ, କବି କେଦାର ମିଶ୍ର, କବି ପବିତ୍ରମୋହନ କର, କବି ରମାକାନ୍ତ ସାମନ୍ତରାୟ, କବି ସଞ୍ଜୟ ଭଟ୍ଟ, କବି ଶକ୍ତି […]
ମନୋଜ ମହାନ୍ତି(ଭୁବନେଶ୍ଵର)୨୨/୫: ଆଉ ନାହାଁନ୍ତି ଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ।କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଏହି ଖବର କଳା ଜଗତ ତଥା କଳାପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର।ସ୍ଵର୍ଗତ ପଟ୍ଟନାୟକଙ୍କୁ ଭଲପାଉଥିବା କଳାକାର ତଥା କଳାପ୍ରେମୀ ମଧ୍ଯରେ ଶୋକର ଛାୟା। ସ୍ଵର୍ଗତ ପଟ୍ଟନାୟକ ୧୯୪୮ ମସିହା ଜୁଲାଇ ପହିଲାରେ […]


