ବାସ୍ତବ ବ୍ୟୁରୋ: ଏହିକ୍ରମରେ ଆଜି ସକାଳେ ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱରରୁ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ୪ ସଂସଦୀୟ କ୍ଷେତ୍ରରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ହାରି ଦ୍ବିତୀୟ ସ୍ଥାନରେ ଥିଲା […]
ରାଜନୀତି
ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଅଜିତ ପାୱାର । ଅଜିତ ପାୱାରଙ୍କ ସହ ଛଗନ ଭୁଜବଳ ଓ ୨୯ରୁ ଅଧିକ ବିଧାୟକ ଯୋଗ ଦେଇଛନ୍ତି । ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ […]
ବାସ୍ତବ ବ୍ୟୁରୋ: ୨ ବର୍ଷ ହେଲା ମୋଦିଙ୍କ କ୍ୟାବିନେଟରେ କୌଣସି ପ୍ରକାରର ବଡ଼ଧରଣର ଅଦଳବଦଳ ହୋଇ ନ ଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ଏହାପୂର୍ବରୁ କ୍ୟାବିନେଟ ସଂପ୍ରସାରଣର ଖବର ସାମ୍ନାକୁ ଆସିଛି। ଜୁଲାଇ ୩ରେ ନୂଆ କରି ପ୍ରଗତି ମୈଦାନରେ […]
ବାସ୍ତବ ବ୍ୟୁରୋ: ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଉଛି। ଗତ ଜୁନ୍ ମାସରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଥିଲା। ସଂପ୍ରତି ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି। ଏଣେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଅତିରିକ୍ତ […]
ବାସ୍ତବ ବ୍ୟୁରୋ: ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ବିପକ୍ଷ ଗୋଷ୍ଠୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଟିଏମସି, ସିପିଆଇ, ସିପିଆଇ(ଏମ୍ଏଲ୍), ଏନସିପି ଏହି ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ପାର୍ଟି କେନ୍ଦ୍ରରେ କ୍ଷମତାସୀନା ବିଜେପି ସରକାରଙ୍କୁ କଡ଼ା ସମାଲୋଚନା […]
ବାସ୍ତବ ବ୍ୟୁରୋ: ରାଜସ୍ଥାନରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ମାଗଣା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ ମାଗଣା ଆଉ ବାକି ୧୦୦ ୟୁନିଟ୍ ପାଇ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି ରାଜସ୍ଥାନର କଂଗେସ ସରକାର । ବଢୁଥିବା ମୁଦ୍ରସ୍ଫିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମତାମତ କ୍ରମେ ବିଦ୍ୟୁତ୍ ବିଲ ଛାଡ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ । ମାଗଣା […]
ବାସ୍ତବ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ । ଏହି ବନ୍ଦ ଡାକରା ଦେଇଛି ବିଜେପି । ମେ’ ୬ ତାରିଖରେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ଲାଇଟ୍ କଟି ଯିବା ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବିଜେପି […]
ବାସ୍ତବ ବ୍ୟୁରୋ: ବରିଷ୍ଠ ନେତା ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତ ମଧ୍ୟରାତ୍ରିରେ ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ। ଏହା ସହ କର୍ଣ୍ଣାଟକ କଂଗ୍ରେସର ରାଜ୍ୟ ସଭାପତି ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ସମ୍ମତ ହୋଇଛନ୍ତି । ମେ ୨୦ରେ ବେଙ୍ଗାଲୁରୁରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଗତ କାଲି(ବୁଧବାର) ଦିନ ତମାମ୍ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ ପୂର୍ତତନ […]
ବାସ୍ତବ ବ୍ୟୁରୋ : ଆଜି(ଶୁକ୍ରବାର) ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଚର ମୋହନ ଭାଗବତ । ଡକ୍ଚର ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ। କେଶବଧାମରେ ଅନୁଷ୍ଠିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସହ ଏଠାରେ ୪ ଦିନ ଅବସ୍ଥାନ କରିବେ। ଏଠାରେ କୌଣସି […]
ବାସ୍ତବ ବ୍ୟୁରୋ: ଏନସିପି ମୁଖ୍ୟ ଶରଦ ପାୱାର ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତା ଖୁସିରେ ପାଟି ଚିଲାଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଶରଦ ଏକଥା ସ୍ପଷ୍ଟ କରିଛନ୍ତି ଯେ […]


