କଟକ ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତି କାହିଁକି କଲେ ଆତ୍ମହତ୍ୟା!

କଟକ(ସଞ୍ଜୟ ଶତପଥୀ): କଟକ କମିଶନରେଟ୍ ପୋଲିସ୍ ଅଧି ନରେ ଥୂବା ଚାଉଳିଆଗଞ୍ଜ ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତି ଙ୍କ ଝୁଲନ୍ତା ମୃତଦେହକୁ ତାଙ୍କର ସରକାରୀ ବାସଗୃହ ରୁ ପୋଲିସ୍ ଜବତ କରିବା ସହ ଏହି ଘଟଣା କୁ ଅତ୍ୟନ୍ତ ଗମ୍ଭୀରତା ର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ଶ୍ରୀମତୀ ମହାନ୍ତିଙ୍କ ମୃତଦେହ କୁ ବ୍ୟବଛେଦ ପାଇଁ କଟକ ପୋଲିସ୍ ପଠାଇଛି ଏବଂ ଏହାର ତଦନ୍ତ ଭାର କଟକ କମିଶନରେଟ୍ ପୋଲିସର ଜଣେ ବରିଷ୍ଠ ଓ ଦକ୍ଷ ପୋଲିସ୍ ଅଧିକାରୀ ଙ୍କୁ ଦିଆଯାଇଛି। ପ୍ରକାଶ ଥାଉକି ଶ୍ରୀମତୀ ବିୟୁଟି ମହାନ୍ତି ଜଣେ ଦକ୍ଷ ଓ ବରିଷ୍ଠ ମହିଳା ପୋଲିସ୍ ଅଧିକାରୀ ଭାବେ ପରିଚିତ।ସେ ମହିଳା ଥାନା,ପାହାଳ ଥାନା, ନନ୍ଦନକାନନ ଥାନା ରେ ସଫଳତାର ସହ ନିଜର କର୍ତ୍ତବ୍ୟ କରିଥିବା ଏହି ଦକ୍ଷ ପୋଲିସ୍ ଅଧିକାରିଣୀ ଙ୍କ ଆତ୍ମହତ୍ୟା ଏକ ଆଶ୍ଚର୍ଯ୍ୟଜନକ ଘଟଣା।

ଏହା ସମସ୍ତ ପୋଲିସ୍ ବିଭାଗ କୁ ଚକିତ କରିଥିଲା ବେଳେ ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ନା ଅନ୍ୟ କିଛି ସେହି ବିଷୟରେ ଜନସାଧାରଣ ସନ୍ଦେହ ଘେରରେ। ଏହି ବରିଷ୍ଠ ପୋଲିସ୍ ଅଧିକାରୀଣୀ ଙ୍କ ମୃତ୍ୟୁ ର ରହସ୍ୟ ଉନ୍ମୋଚନ ଲାଗି କଟକ କମିଶନରେଟ୍ ପୋଲିସର ଜନୈକ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯିବା ସହ ଏହି ଘଟଣା ର ତଦନ୍ତ ଆରମ୍ଭ ହୋଇଛି।

ସେୟାର କରନ୍ତୁ

Next Post

ପୁରୀ–କୋରାପୁଟ ନୂଆ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ:ବରଗଡ଼ରେ ସ୍ୱାଗତ କରିବେ ସାଂସଦ ପ୍ରଦୀପ ପୁରୋହିତ...

Sat Jul 4 , 2026
ବରଗଡ଼(ବାସ୍ତବକଥା): ୪/୭ ପୂର୍ବତଟ ରେଳପଥ (ECOR)ର ପ୍ରସ୍ତାବକୁ ଅନୁମୋଦନ କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପୁରୀ–କୋରାପୁଟ–ପୁରୀ ମଧ୍ୟରେ ନୂତନ ୧୮୪୦୭/୧୮୪୦୮ ପୁରୀ–କୋରାପୁଟ ଏକ୍ସପ୍ରେସ ଚଳାଚଳ ପାଇଁ ସବୁଜ ସଙ୍କେତ ଦେଇଛି। ରେଳ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପତ୍ର ଅନୁଯାୟୀ, ୧୮୪୦୭ “ପୁରୀ – କୋରାପୁଟ” ଏକ୍ସପ୍ରେସ ଟ୍ରେନ୍ ପୁରୀରୁ ସକାଳ ୭ଟାରୁ ବାହାରି ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା ଆଦି ଷ୍ଟେସନ […]

You May Like

Pin It on Pinterest