୧-ଆଜି ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ୨-ଆଜି ରାଜ୍ୟରେ ୨୬ଟି ଜିଲ୍ଲାରୁ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି । ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି । ୩-୨ଶହ ଟପିଲା ରାଜ୍ୟରେ କରୋନାଜନିତ ମୃତ୍ୟୁ […]

ବାସ୍ତବ ବ୍ୟୁରୋ-ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ବୋଲି ଜଣାପଡିଛି । ଏହା ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ କହିଛନ୍ତି ଯେ ପ୍ରାରମ୍ଭିକ ଲକ୍ଷଣ ଦେଖାଇବା ପରେ ସେ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଥିଲା । ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ […]

୧-୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି । ୨-ଭୁବନେଶ୍ୱର ରେ ଖୋଲିବା ସପିଂ ମଲ୍ । ୩-ବରିଷ୍ଠ ବାୟୁସେନା କର୍ମଚାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡ଼ିଆ ପୁଅ ଦିଲ୍ଲୀପ କୁମାର ପଟ୍ଟନାୟକ । ୪-ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ୫-ଆଜିଠୁ ୩ ଦିନ ପାଇଁ ସମଗ୍ର ରାୟଗଡ଼ା ଜିଲ୍ଲା ସଟ୍‌ଡାଉନ । ୬-ଆସନ୍ତା […]

ବାସ୍ତବ ବ୍ୟୁରୋ-ରାଜ୍ୟସଭା ସାଂସଦ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂ ଆଉ ନାହାଁନ୍ତି । ଅମର ସିଂ, ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ମାସ ଧରି ସିଙ୍ଗାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନିକଟରେ ଏକ ରିପୋର୍ଟରେ ମୁତାବକ,ସେ ଆଇସିୟୁରେ ଥିଲେ । ଏହା ପୂର୍ବରୁ ତାଙ୍କର ୨୦୧୩ ରେ କିଡନୀ ଫେଲ ହୋଇଥିଲେ । ଆଜି ସିଂ ନିଜେ ଟ୍ୱିଟ କରି, ସ୍ୱାଧୀନତା […]

୧-ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି । ୨-ଆଜି ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

୧-ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ୨-ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ: ଆଜିଠୁ ଚାରିମାସ ପାଇଁ ଶୋଇ ରହିବେ ମହାପ୍ରଭୁ । ୩-ଆଜି ଖୋଲିବ ଭୁବନେଶ୍ୱର ର ୟୁନିଟ-୪ ମାର୍କେଟ । ୪-ସୁନ୍ଦରଗଡ ଓ ରାଉରକେଲାରେ ଲକଡାଉନ୍ ସୀମା ବଢିଲା । ୫-ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି । ୬-ହଜିଗଲା ମୈ।ସୁମୀ, ଲଘୁଚାପ ଆଶା ମଉଳିଲା,ଏଥର ଗଜାମରୁଡି […]

ବାସ୍ତବ ବ୍ୟୁରୋ-ଅତ୍ୟାଧୁନିକ ରାଫେଲ ବିମାନ ଭାରତରେ ଆସି ପହଞ୍ଚିବା ଦିନକ ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି ପାକିସ୍ତାନ । ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନରେ ଯୋଗ ଦେଇଥିବାରୁ ପାକିସ୍ତାନ ଭୟଭୀତ ହୋଇପଡିଛି । ଗୁରୁବାର ଦିନ ଅର୍ଥାତ ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ଭାରତ ଏହାର ପ୍ରକୃତ ପ୍ରତିରକ୍ଷା ଆବଶ୍ୟକତା ଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରୁଛି । ଭାରତକୁ ଏଥିରୁ ନିବୃତ୍ତ […]

ବାସ୍ତବ ବ୍ୟୁରୋ-ବୁଧବାର କେନ୍ଦ୍ର କ୍ୟାବିନେଟ୍ ନୂତନ ଜାତୀୟ ଶିକ୍ଷା ନୀତି (NEP) କୁ ଅନୁମୋଦନ କରି HRD ମନ୍ତ୍ରଣାଳୟର ନାମ ଶିକ୍ଷା ମନ୍ତ୍ରଣାଳୟ ଭାବରେ ପୁନଃ ନାମିତ କରାଯାଇଛି । ଏହି ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଏକକ ନିୟାମକ ରହିବ ଏବଂ ମିଫିଲ ବନ୍ଦ ହୋଇଯିବ । ବୁଧବାର ମୋଦୀ ସରକାର […]

୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ୧୧୨୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆସନ୍ତାକାଲିଠୁ ବଲାଙ୍ଗୀର ସଟଡାଉନ । ୩-ପୁରୀ:ରଥଭଙ୍ଗା କାମ ଆରମ୍ଭ, ଏଥର ସଂଗ୍ରହାଳୟରେ ରହିବ ତିନି ରଥ । ୪-ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ବୋର୍ଡ କଣ୍ଟ୍ରୋଲ […]

ବାସ୍ତବ ବ୍ୟୁରୋ-ଜୁଲାଇ ୩୧ ତାରିଖରେ ଅନଲକ୍‌-୨ ସରୁଥିବା ବେଳେ ଏହି ପରିପ୍ରେକ୍ଷୀ​‌ରେ କେନ୍ଦ୍ର୍ ସରକାର ବୁଧବାର ଅନଲକ-୩ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସରକାର ଅନଲକ୍ -୩ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।୧ ଅଗଷ୍ଟରୁ ଅନଲକ୍ -୩ ପ୍ରଯୁଜ୍ୟ ହେବ । ଏହାର ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ । କଣ୍ଟେନମେଣ୍ଟ୍ ଜୋନ୍‌ରେ ପୂର୍ବବତ୍ କଟକଣା ଜାରି ରହିବ । ଗୃହ ମନ୍ତ୍ରଣାଳୟ କହିଛି ଯେ […]

Pin It on Pinterest