କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଓ ଆସନ୍ତା ଏହି ଉତ୍ସବରେ କଟକ ପ୍ରଶାସନର ପ୍ଲଟଵଣ୍ଟନରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବୀପତ୍ର ପ୍ରଦାନ। ସଂଜୟଶତପଥୀ(କଟକ):ପ୍ରାଚୀନ ଉତ୍କଳର ରାଜଧାନୀ, ଐତିହାସିକ ସହର, ଉତ୍କଳର କଳା ପରମ୍ପରା, ସଂସ୍କୃତି ଆ-କା-ମା-ବୈ କୁ ଯାବୁଡି ରଖୂଥୂବା ରୂପାର ସହର କଟକ । ବହୁ ପୁରାତନ କାଳରୁ ହୋଇଆସୁଥିବା ଐତିହାସିକ ବାଲିଯାତ୍ରା ଉତ୍ସବ ଖାଲି ଓଡ଼ିଶା କିମ୍ବା […]

ପ୍ରମୋଦ ନାୟକ(ଭୁବନେଶ୍ୱର)୧୮।୧୦: ସାମ୍ଭବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ।ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବାକୁ ନିର୍ଦ୍ଦେଶ । ବାତ୍ୟାର ପୂର୍ବ ପ୍ରସ୍ତୁତି […]

ଭୁବନେଶ୍ବର: ବଢ଼ିଲା ବାତ୍ୟା ଆଶଙ୍କା,ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା । ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ବ୍ଲକ ଭାଗବତପୁର ପଞ୍ଚାୟତର ଜନପ୍ରିୟ ପୋଷ୍ଟମାଷ୍ଟର ଦୁର୍ଗାପ୍ରସାଦ ପତି (ସମସ୍ତଙ୍କ ବାପୁଜୀ ନାନା)ଙ୍କର ଗତ ୧୬ ତାରିଖରେ କଟକ ବଡ଼ ମେଡିକାଲରେ ଦେହାନ୍ତ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷା ବୟସ ହୋଇଥିଲା |ସୂଚନା ଅନୁଯାଇ ଗତ ୧୪ ତାରିଖରେ ବଳଦେବଜୀଉ ଦର୍ଶନପାଇଁ ନିଜ ବାଇକ ଯୋଗେ ଯାଉଥିବା ସମୟରେ ଡୁହୁରିଆ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ତାଙ୍କ ମୁଣ୍ଡରେ […]

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବଙ୍କ ପବିତ୍ର ବିଜେ ପୀଠସ୍ଥଳୀଠାରେ କଟକର ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ଏକ ବନ୍ଧୁମିଳନ ଓ ସଙ୍କୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ନବନିର୍ବାଚିତ ସର୍ବାଧୂକାରୀ ଶ୍ରୀ ସୁରେଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଓ ସଙ୍କୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମରେ ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବମହନ୍ତ ଶ୍ରୀ ରବିନ୍ଦ୍ର କୁମାର ବସ୍ତିଆ, ମହନ୍ତ […]

ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ କାଠଯୋଡି ବୋଇତ ବନ୍ଦାଣ ଉତ୍ସବ ପକ୍ଷରୁ ଆଗାମୀ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଥିବା ଉତ୍କଳୀୟ ପରମ୍ପରା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଲାଗି ଏକ ସର୍ବଦଳୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଧର୍ମେଶ ନାୟକଙ୍କ ଅଧ୍ୟକ୍ଷତାରେ କଟକର ମର୍କତନଗରସ୍ଥିତ ସ୍ବୟମ୍ ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟମାନଙ୍କ ସହ ଅନୁଷ୍ଠାନର […]

ବାସ୍ତବ ବ୍ୟୁରୋ:  ଏଥର ଦୀପାବଳିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରହି ତେବେ ନା ଦୀପ ଜଳିବ ନା ଜମିବ ଆତସବାଜି, ଫିକା ପଡ଼ିଯିବ ଦୀପାବଳି । ଏବେ ବି ପାଣିପାଗକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଭିନ୍ନ ପାଣିପାଗ ମଡେଲ୍‌ ଭିନ୍ନ ଭିନ୍ନ ପୂର୍ବାନୁମାନ […]

ବାସ୍ତବ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନାନୁଯାୟୀ ଓଡ଼ିଶାରୁ ଫେରିଯିବ ମୌସୁମୀ । ମୌସୁମୀ ଫେରିବା ଖବର ଲଘୁଚାପକୁ ଅଧିକ ଶକ୍ତିଶାଳୀ କରିବ ଓ ଘନୀଭୂତ ହେବାର ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ […]

 ବାସ୍ତବ ବ୍ୟୁରୋ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟରେ ଥିବା ଚୁକ୍ତି ଭିତ୍ତିକ ଚାକିରୀ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି । ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ନବୀନ୍‌ କହିଛନ୍ତି । ଏଥିସହିତ ବର୍ତ୍ତମାନ ଚାକିରୀରେ ଥିବା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ […]

ସୁକାନ୍ତ ବେହେରା(ବେଗୁନିଆ):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲିପଦର ଗ୍ରାମରେ ନୂଆ ପାରିଜାତ କ୍ଳବ ପରିସରରେ ରାଷ୍ଟ୍ରଶକ୍ତି ମିଶନ ଓ ଆମ ଗାଁ ମହୋତ୍ସବ କମିଟି ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ସେଣ୍ଟର ଫର ଆଇ ହସ୍ପିଟାଲର କର୍ମକର୍ତ୍ତା ଏଥିରେ ଯୋଗ ଦେଇ ଚକ୍ଷୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ […]

Pin It on Pinterest