ପ୍ରଦୀପ ନାୟକ(ଭୁବନେଶ୍ୱର):ଜଗତସିଂପୁର ବାଲିକୁଦାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଆଉ ନାହାନ୍ତି। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଉମେଶ । କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ ସେ ହେଉଛନ୍ତି […]

ଦୀପକ ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ରୁପ୍ରାରୋଡ଼ ଅଗ୍ରସେନ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ରାହସ ବିହାରୀ ବେହେରା ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ […]

ତ୍ରିନାଥ ବାରିକ(ସତ୍ୟବାଦୀ): ଆଜି ହେଉଛି ଜାତୀୟ ପ୍ରେସ ଦିବସ।ଏହି ଅବସରରେ ଆଜି ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ସମାବେଶ ପୁରୀ ଜିଲ୍ଲା ପିପିଲି ଠାରେ ଉତ୍କଳମଣି ସାମ୍ବାଦିକ ସଙ୍ଘ ଓ ପିପିଲି ପେଷାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ରାଜ୍ୟର ସାମ୍ବାଦିକ ଙ୍କ ସହ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ନିତ୍ୟାନ୍ତ […]

ନାମୋ ଗୁରୁ(ସୋନପୁର):୧୬/୧୧-ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବ୍ଯୋମକେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ୍ ମିଞ୍ଜ୍, ବକ୍ତା ଭାବେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସୁବର୍ଣ୍ଣପୁର ଶାଖା […]

ପ୍ରଶାନ୍ତ କୁମାର ଦାସ (ବାଲିଆପାଳ):ବାଲେଶ୍ବର ଜିଲ୍ଲା ବାଲିଆପାଳ ଠାରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବନ୍ଦର ହଟାଅ ଭିଟାମାଟି ବଞ୍ଚାଅ ଦାବିନେଇ ଜମ୍ଭୀରାଇ ପଞ୍ଚାୟତ ର ଦ୍ବାରିକା ହାଟ ଠାରୁ ଚୌମୁଖ ପଞ୍ଚାୟତ ର ଶିବ ମନ୍ଦିର ପର୍ଯ୍ୟନ୍ତ ଛଅ ଗୋଟି ପଞ୍ଚାୟତ ର ଶତାଧିକ ଲୋକ ବାଇକ ରାଲି କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏଥି ସହିତ ୩୫ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୬-୧୧-ଚାନ୍ଦବାଲି ମତୋ ବିଜେପି କାର୍ଯ୍ୟାଳୟରେ ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି । ପ୍ରତିକୂଳ ପାଗ ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୧୭ ତାରିଖରେ ଧାମରା ପୋର୍ଟ ଘରୋଇ କତୃପକ୍ଷଙ୍କ ମନମୁଖ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନ କୁ ଦଳ ପକ୍ଷରୁ ସ୍ଥଗିତ ରଖୁବା ପାଇଁ ବିଜେପି ଏକ ପ୍ରେସ ରିଲିଜ ଦ୍ବାରା ପ୍ରକାଶ କରିଛି । ଏଥିନେଇ ବିଜେପି ଦଳ ପକ୍ଷରୁ ୭ […]

ବାସ୍ତବବ୍ୟୁରୋ(ମୟୁରଭଞ୍ଜ):ଓଡ଼ିଶାରେ ବଢି ଚାଲିଛି ଲୁଟାରେଙ୍କ ଲୁଟ ରାଜ,ଟାର୍ଗେଟ ରେ କେବେ ବ୍ୟାଙ୍କ ଗ୍ରାହକ ତ କେବେ ଏଟିଏମ । ଏବେ କିନ୍ତୁ ଟାର୍ଗେଟ୍‌ରେ ପେଟ୍ରୋଲ ପମ୍ପ। ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍‌।ଘଟଣାଟି ୧୮ନମ୍ବର ଜାତୀୟ ରାଜପଥ କଡ଼ରେ ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍‌ଆର୍‌ ପେଟ୍ରୋଲ ପମ୍ପରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍‌ ଲୁଟି ନେଇଛନ୍ତି। ଖବର […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୬ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୧ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୫୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୬୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୪୭୫୯ଜଣ ସୁସ୍ଥ ହୋଇଛନ୍ତି […]

ବାସ୍ତବବ୍ୟୁରୋ(ମୟୁରଭଞ୍ଜ):ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ମହାନ କ୍ରାନ୍ତିକାରି ସ୍ବାଧୀନତା ସଂଗ୍ରାମୀ ଜନନାୟକ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ବାରିପଦା ନିକଟ ଅସ୍ତିଆ ଠାରେ ଥିବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସାନ୍ତାଳୀ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ ଭାଷା ସହିତ ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ଏବଂ ମୁଣ୍ଡାରୀ,ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ […]

ତ୍ରିନାଥ ବାରିକ(ପୁରୀ): ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି- ୧ ପାଇଁ ଆଜି ପୂର୍ବାହ୍ନରେ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୪୬ ଏକର ୬୦୯ ଡିସିମିଲି ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରୁ ମାର୍କଣ୍ତେଶ୍ବର ସାହି ଅଞ୍ଚଳର ୭.୨୯୩ ଏକର, ମାଟିତୋଟା ଅଞ୍ଚଳର ୧୦.୯୭ ଏକର ଓ ସମଙ୍ଗ ଅଞ୍ଚଳର ୨୮.୩୪୬ […]

Pin It on Pinterest