କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ): ୧୬ ଅଗଷ୍ଟ ୨୦୨୬- ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ସନ୍ଧ୍ୟା ୬ଟାରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାର ବର୍ତ୍ତମାନ ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ, ରିଲିଫ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ […]
କେନ୍ଦ୍ରାପଡା(ବାସ୍ତବକଥା):ଶିକ୍ଷା ର ବିକାଶ ଦିଗରେ ବର୍ତ୍ତମାନ ର ସରକାରଙ୍କ ବିଶେଷ ଭୂମିକା ରହିଛି ବୋଲି ଚାରିଆଡ଼େ ପ୍ରଚାର ହେଉଥିଲା ବେଳେ ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ଦେଖାଦେଇଛି। ଏହାର ଅନନ୍ୟ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ଗ୍ରାମ ପଞ୍ଚାୟତ ରେ ଥୂବା ଚିତ୍ରୋତ୍ପଳା ମହିଳା +୨ ମହାବିଦ୍ୟାଳୟ। ଦୀର୍ଘ ଦିନ ଧରି ଏହି ମହାବିଦ୍ୟାଳୟ ରେ ଶିକ୍ଷାଦାନ ବନ୍ଦ ହୋଇଯାଇଥିବା ବେଳେ ଗତ […]
ତେନ୍ତୁଳୀଖୁଣ୍ଟି(ବାସ୍ତବ କଥା):-AgriStack ID ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆଶଙ୍କା ଦେଖାଦେଇଛି। ଏନେଇ ତେନ୍ତୁଳୀଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ଗ୍ରାମରେ ଅଞ୍ଚଳର ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ AgriStack ID ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀମାନେ ବିଭିନ୍ନ ସମସ୍ୟା ଓ ଆଶଙ୍କା ଉପସ୍ଥାପନ କରିଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ଅଞ୍ଚଳର ବହୁ ଆଦିବାସୀ, ଦଳିତ, ପଛୁଆ ଓ ସାଧାରଣ ବର୍ଗର ପରିବାର ପିଢ଼ି ପିଢ଼ି ଧରି […]
କେନ୍ଦ୍ରାପଡା(ଚତୁର୍ଭୁଜ ଦାଶ):ସମଗ୍ର ଦେଶ ସ୍ବାଧୀନତା ର ୮୦ ବର୍ଷ ପାଳନ କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଡିହସାହି ଗ୍ରାମର ବାସିନ୍ଦା ଜଳବନ୍ଦୀ ହୋଇଥୂବାର ଦେଖିବାକୁ ମିଳିଛି।ଏହା କେବଳ ପାଣି ଜମିବାର ଦୃଶ୍ୟ ନୁହେଁ ବରଂଏହା ହେଉଛି ବର୍ଷବର୍ଷ ଧରି ଜଳ ନିଷ୍କାସନର ପଥ ବନ୍ଦ ହୋଇ ରହିଥିବା ଏକ ଗ୍ରାମର ନିରବ ଆହ୍ୱାନ।ଡିହସାହି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଦୀର୍ଘଦିନ ଧରି ଜଳବଦ୍ଧତାର […]
ଭୁବନେଶ୍ବର/ବାଳକାଟି: ବାଳକାଟିସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ ପରିସରରେ ଶୁକ୍ରବାର ଦିନ ଦେଶର ୮୦ତମ ସ୍ୱାଧୀନତା ଦିବସ ବହୁ ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ପ୍ରଭାତ ଫେରି କରିଥିଲେ। ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସିଦ୍ଧେଶ୍ୱର ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ରାଜଧାନୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଏକାମ୍ର ବରିଷ୍ଠ ନାଗରିକ ସଙ୍ଘ’ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ସଭାପତି ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ସମର୍ଥା (ବାବୁଲି) ଏବଂ ଶ୍ରୀ ଧିରେନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମକର୍ତ୍ତା ଓ […]
କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ)୧୪/୮: ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ , ଜିଲ୍ଲାପାଳ ରଘୁରାମ ଆର ଆୟର,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା,, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଏହି କ୍ୟାଣ୍ଡଲ ଶୋଭାଯାତ୍ରା […]
କାକଟପୁର(ମାନସ ସାମଲ)୧୪/୦୮-ଦେଶ ସ୍ୱାଧିନତା ପ୍ରାପ୍ତିର ୭୯ ବର୍ଷ ପୂର୍ତ୍ତୀ ଅବସରରେ,ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ, ଦେଶର ସ୍ୱାଧିନତା ସଂଗ୍ରାମୀ ମାନଙ୍କ ସାହାସ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟକ୍ରମ ଘରେ ଘରେ ତ୍ରୀରଙ୍ଗା ସଚେତନତା ରାଲି ଆଜି କାକଟପୁର ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ବନ୍ଦେ ମାତରଂର ଭାବନା ପ୍ରତି ସମର୍ପିତ ହୋଇ କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦିକ୍ଷୀତିଙ୍କ […]
ନୂଆଦିଲ୍ଲୀ(ବାସ୍ତବ କଥା):ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ହର ଘର ତିରଙ୍ଗା’ ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ ଓ ଗୌରବ ଭରୁଛି।ତ୍ରିରଙ୍ଗା ଆମ ଦେଶର ପବିତ୍ର ଗୌରବ ଏବଂ ଆମ ଏକତା ଶକ୍ତିର ପ୍ରତୀକ କୋଟି କୋଟି ଦେଶବାସୀ ତ୍ରିରଙ୍ଗା ସହ ଯୋଡ଼ିହୋଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରୁଛନ୍ତି।ଏହି ଅଭିଯାନରେ ଲକ୍ଷ ଲକ୍ଷ ଲୋକଙ୍କ ସହିତ ଯୋଡି ହେବାକୁ ପ୍ରତ୍ୟେକ ନାଗରିକଙ୍କୁ ଗୃହମନ୍ତ୍ରୀଙ୍କ ନିବେଦନ ପ୍ରତ୍ୟେକ […]
ଭୁବନେଶ୍ଵର(ବାସ୍ତବ କଥା):ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅସ୍ଥାୟୀ ରୋକ୍ ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ର ଉଲ୍ଲେଖ କରିବା […]


