ଦୋକାନ ବଜାର ବନ୍ଦ, ରାସ୍ତାରେ ଅଟକିଲା ଯାନବାହନ; ଯାତ୍ରୀ ହନ୍ତସନ୍ତରାୟଗଡ଼ା(ପ୍ରଭାକର ରତ୍ନାଲୁ): ବିଭିନ୍ନ ଦାବି ନେଇ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଓ ଗଣସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ଭାବେ ପରିଲକ୍ଷିତ ହୋଇଛି। ଆଜି ପୂର୍ବାହ୍ନ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ରାୟଗଡ଼ା ସହରର କପିଳାଶ ଛକରୁ କୋରାପୁଟ ଛକ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିଲା।ମୁଖ୍ୟ ନିର୍ବାଚନ […]

ବସଷ୍ଟାଣ୍ଡ ଓ ରାସ୍ତାପାର୍ଶ୍ୱରେ ଆବର୍ଜନାର ସାମ୍ରାଜ୍ୟ, ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ ରାୟଗଡା/ମୁନିଗୁଡ଼ା(ପ୍ରଭାକର ରତ୍ନାଲୁ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଦର ଅଞ୍ଚଳର ରେଳ ଫାଟକ ଓ ବସଷ୍ଟାଣ୍ଡ ନିକଟରେ ଦିନକୁ ଦିନ ଅଳିଆ ଆବର୍ଜନା ଜମି ରହିବା ଘଟଣା ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତାପାର୍ଶ୍ୱରେ ବିପୁଳ ପରିମାଣରେ ପ୍ଲାଷ୍ଟିକ, ପଲିଥିନ ଓ ବିଭିନ୍ନ ପ୍ରକାର ଆବର୍ଜନା ପଡ଼ି ରହିଥିବାରୁ ପରିବେଶ ଦୂଷିତ ହେବା […]

ଆନନ୍ଦପୁର(ବାସ୍ତବ କଥା): ଆନନ୍ଦପୁର ପୌରାଞ୍ଚଳର ୪ ନଂ ୱାର୍ଡର ଯୁବ ସାମ୍ବାଦିକ ନିର୍ମଳ ଚନ୍ଦ୍ର ରାଉଳଙ୍କ ମାତୃ ମନୋରମା ରାଉଳଙ୍କ ଆଜି ୮.୧୦.୨୦୨୬ ଗୁରୁବାର ପ୍ରାତୁଷରୁ ପରଲୋକ ହେଇଯାଇଛି । ସ୍ବର୍ଗତ ରାମ ଚନ୍ଦ୍ର ରାଉଳଙ୍କ ପତ୍ନୀ ମନୋରମା ରାଉଳ (୮୩)ଙ୍କ ଗୁରୁବାର ଦିନ ପରଲୋକ ଘଟିଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ନିଜ ବାସ ଭବନରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ପରେ ପରିବାରର ସମେତ […]

ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧାରେ ଏକକାଳୀନ ତଲାସୀ; ୨୦ ଦାମୀ ପ୍ଲଟ୍‌, ୫ ଏକର ଫାର୍ମହାଉସ୍‌ ଓ ୨.୭୭ ଲକ୍ଷ ଟଙ୍କା ନଗଦ ଠାବ। ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ଆର୍‌ଆଣ୍ଡ୍‌ବି ଡିଭିଜନ୍‌, ବାରିପଦା ଅଧୀନସ୍ଥ ବେତନଟୀ ଆର୍‌ଆଣ୍ଡ୍‌ବି ସବ୍‌ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ସହ ସମ୍ପୃକ୍ତ ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାର ୧୦ଟି […]

ଦାମନଯୋଡ଼ି(ସରୋଜିନୀ ଆଚାର୍ଯ୍ଯ): ନାଲକୋ ଆଲୁମିନା ବିଶୋଧନ ପ୍ରକଳ୍ପର ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଂଗଠନ ‘ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘ’ର ୮ମ ବାର୍ଷିକ ଉତ୍ସବ ରବିବାର ନାଲକୋ ଟାଉନସିପ ମୁକ୍ତବାୟୁ ପେଣ୍ଡାଲରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟଅତିଥି ତଥା ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଉଦଘାଟନ କରିଥିଲେ।୮ମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟଅତିଥି ତଥା ଇଡି ଶ୍ରୀ ମିଶ୍ର ସମସ୍ତଙ୍କୁ […]

କଟକ(ସଂଜୟ ଶତପଥୀ): କଟକ ସହରରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସେବା କ୍ଷେତ୍ରରେ ଦୁଇଟି ନୂତନ ପ୍ରତିଷ୍ଠାନ ‘ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାର’ ଏବଂ ‘ରୋଜେଟ୍ ନେଲ୍ ଷ୍ଟୁଡିଓ ଆଣ୍ଡ ସ୍ପା’ ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଶ୍ୟାମପ୍ରେମୀ ଶ୍ରୀ ନରେଶ ଗନେରିୱାଲଙ୍କ ଦୁଇ ଝିଅଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଦୁଇ ପ୍ରତିଷ୍ଠାନ ମାଧ୍ୟମରେ କଟକବାସୀ ଆଧୁନିକ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସେବା ପାଇପାରିବେ।ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାରର ପରିଚାଳକ […]

କଟକ(ସଂଜୟ ଶତପଥୀ): କଟକ ର ରେକୀ ମିଶନର ପ୍ରତିଷ୍ଠାତା ତଥା ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରୀସନ୍ଥଙ୍କ ଶିଷ୍ୟ ଶ୍ରୀ ଭାରତ ଭୂଷଣ ରାୟଙ୍କ ଦ୍ଵାରା ରଚିତ ତ୍ରୀଭାଷୀ ପୁସ୍ତକ” ଅନୁଭୁତିରେ ଶ୍ରୀସନ୍ଥ”ଶନିବାର ସନ୍ଧ୍ୟାରେ କଟକର ଶତାବ୍ଦୀ ଭବନ ପରିସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଶ୍ରୀ ରାଜୁ ସାମଲ, ମୁଖ୍ୟ ବକ୍ତା […]

ବାଲେଶ୍ୱର,୨୬/୯(କୃଷ୍ଣ କୁମାର ମହାନ୍ତି): ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା ପୁଣି ଘନୀଭୂତ ହୋଇଛି। ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ସମେତ ବିଭିନ୍ନ ନଦୀର ଜଳସ୍ତର ବଢ଼ିଚାଲିଥିବା ବେଳେ ତଳିଆ ଅଞ୍ଚଳରେ ଜଳ ପଶିବା ଆରମ୍ଭ ହୋଇଛି। ରାଜ୍ୟର ଉତ୍ତର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀ ମଥାନୀ ଠାରେ ବିପଦସଙ୍କେତ ଅତିକ୍ରମ କରିଥିବା ସୂଚନା ମିଳିଛି। ଏହି ପରିସ୍ଥିତିକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ […]

ଫ୍ଲାଏ ଆସ୍ ପରିଚାଳନାରେ ପ୍ରଶାସନିକ ଆହ୍ୱାନ ଓ ପରିଚାଳନାଗତ ନିୟନ୍ତ୍ରଣ ଉପରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଉପସ୍ଥାପନା ଶିଳ୍ପ, ବୋର୍ଡ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ବିନା ପ୍ରଦୂଷଣ ନିୟନ୍ତ୍ରଣ ଅସମ୍ଭବ – ଜିଲ୍ଲାପାଳ ଭୁବନେଶ୍ୱର/ଝାରସୁଗୁଡା-୦୯: ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୩ ତମ ପ୍ରତିଷ୍ଠା ଦିବସ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ, ଭୁବନେଶ୍ୱରଠାରେ […]

କାକଟପୁର(ମାନସ ସାମଲ): ୧୮/୦୯ ଆସୁଛି ପାର୍ବଣଋତୁ। ଧରାପୃଷ୍ଠରେ ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନକୁ ନେଇ ସାରାରାଜ୍ୟରେ ଉତ୍ସାହର ବାତାବରଣ ଦେଖାଦେଇଥିବାବେଳେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକିରସାହିରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟା ଓ ସହଯୋଗରେ ଏହି ପୂଜା ଏଥର ୨୬ ବର୍ଷରେ ପଦାର୍ପଣ କରିଛି।ପୂଜାର ଆଦ୍ୟ ପର୍ବ ତଥା ଶାସ୍ତ୍ରୀୟ ବିଧି ଅନୁଯାୟୀ ଗୁରୁବାର ରାମେଶ୍ୱର ନିକଟସ୍ଥ ପ୍ରାଚୀ […]

Pin It on Pinterest