ବେଆଇନ ନିର୍ମାଣ ଯୋଗୁଁ ଭୁଶୁଡ଼ିଲା ପାଚେରି ପୁରୀ(ଜୟକୃଷ୍ଣ ଦାସ): ପୁରୀର ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଶ୍ୱେତଗଙ୍ଗା ପୋଖରୀ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିରର ପଞ୍ଚତୀର୍ଥ ମଧ୍ୟରୁ ଏହା ଅନ୍ୟତମ। ଆକାରରେ ସବୁଠାରୁ ଛୋଟ ହୋଇଥିଲେ ମଧ୍ୟ ଏହାର ଧାର୍ମିକ ମହତ୍ତ୍ୱ ଅତ୍ୟନ୍ତ ଅଧିକ। ବିଶ୍ୱାସ ରହିଛି ଯେ, ଏହି ପୋଖରୀ ସହ ଗଙ୍ଗା ନଦୀର ସଂଯୋଗ ଥିବାରୁ ଏହାର ଜଳ କେବେ ଶୁଖି […]
odisha
ଭୁବନେଶ୍ବର(ପ୍ରଶାନ୍ତ ପାଇକରାୟ): ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ‘ଚତୁର୍ଥ ବର୍ଷା ସମ୍ମାନ-୨୦୨୬’ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ମାସ ୨ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ‘ଚତୁର୍ଥ ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ । ବର୍ଷା ପବ୍ଲିକେସନ୍, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା […]
ଏମ୍ସରୁ ସ୍ନାତକ ହାସଲ କରୁଥିବା ଡାକ୍ତରମାନେ “ଡକ୍ଟର ପ୍ଲସ୍” ଭାବରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି“ଆତ୍ମବିଶ୍ୱାସ ଏବଂ କରୁଣା ସହିତ ଧଳା କୋଟ୍ ପିନ୍ଧନ୍ତୁ”: କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ
ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ରଥଯାତ୍ରା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି । ଏହା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରିଥାଏ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘‘ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହା ଭାରତର […]
ଭୁବନେଶ୍ବର(ପ୍ରଶାନ୍ତ ପାଇକରାୟ)୧୨ ଜୁଲାଇ:କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧ୍ ସଂଗଠନ(ଇପିଏଫଓ) ସୂଚନା ଦେଇଛି । ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ଲାଗି ଏହି ଯୋଜନାରେ ଛଅ ମାସର ସମୟସୀମା ଦିଆଯାଇଛି । ଗତ ଜୁନ୍ ୨୯ ତାରିଖରେ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର […]
ଗଡିପଡିଲା ବିଜେଡି ର ଆଉ ଏକ ଉଇକେଟ ,ବିଜେପିରେ ଯୋଗ ଦେଲେ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡଃ ପ୍ରଭାତ ବିଶ୍ୱାଳ। କଟକ(ସଂଜୟ ଶତପଥୀ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ […]
ଭୁବନେଶ୍ବର(ବାସ୍ତବ କଥା): ବାଲିପାଟଣା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ମିଆଦ ପୂର୍ଣ୍ଣ ବିସ୍କୁଟକୁ ନୂଆ ପ୍ୟାକିଂ କରି ବଜାରରେ ବିକ୍ରି କରିବା ଚକ୍ରାନ୍ତ ର ପର୍ଦ୍ଦାଫାସ ହୋଇଛି। ସ୍ଥାନୀୟ ଲୋକଙ୍କ ସତର୍କତା ଏବଂ ଗଣମାଧ୍ୟମର ସୂଚନା ଆଧାରରେ ବାଲିପାଟଣା ପୁଲିସ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ମିଆଦ ସରିଯାଇଥିବା ବିସ୍କୁଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ,ସରଦେଇପୁର-ନିମାପଡା ରାସ୍ତାର ବାଲିପାଟଣା […]
ପୁରୀ(ଜୟକୃଷ୍ଣ ଦାସ): ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦେଶ-ବିଦେଶରୁ ଆସୁଥିବା ଅତିଥିମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍, ଗେଷ୍ଟହାଉସ ଏବଂ ରହଣି ବ୍ୟବସ୍ଥା ଥିବା ପ୍ରତିଷ୍ଠାନଗୁଡ଼ିକରେ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ଏହି ଅଭିଯାନରେ ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ […]
କାକଟପୁର(ମାନସ ସାମଲ): ୧୦/୦୭- କାକଟପୁର ଶିକ୍ଷା ବିଭାଗ ଅଧିନରେ ଥିବା ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାଦେବସ୍ତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଦୀର୍ଘ ଦଶନ୍ଧି ଧରି ଏହି ବିଦ୍ୟାଳୟରେ କର୍ତ୍ତବ୍ୟ ନିଷ୍ଠ ଭାବରେ ଶିକ୍ଷାଦାନ କରି ଆଜି ବିଦ୍ୟାଳୟରୁ ଅବସର ନେଉଥିବା ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ […]
ନିଶ୍ଚନ୍ତକୋଇଲି(ବାସ୍ତବ କଥା):ମାହାଙ୍ଗା ବ୍ଲକ ଅନ୍ତର୍ଗତ ମାହାଙ୍ଗା ପଂଚାୟତ ସ୍ଥିତ ମାହାଙ୍ଗା ଗ୍ରାମୀଣ ହାଟ ଓ ପର୍ଶୁରାମପୁର ଅଙ୍ଗନୱାଡି କେନ୍ଦ୍ରକୁ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି I ଏହି ହାଟ ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଅଂଚଳର ବହୁ ଚାଷୀ ମାନେ ଅମଳ କରୁଥିବା ଫସଲ ବିକ୍ରୟ କରିପାରିବେ ବୋଲି କହିବା ସହ ଅଙ୍ଗନୱାଡି […]


